ମୁମ୍ଵାଇ ୧୬।୦୩; ଗତ କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ବର୍ତ୍ତମାନ ଆଇପିଏଲ୍ ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କ୍ରିକେଟ୍ର ଉତ୍ସବ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଧମକାଦାର ହେବ । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ ତମ ସିଜନ୍ ମାର୍ଚ୍ଚ ୨୨ ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏକ ରୋମାଞ୍ଚକର ଉଦଘାଟନୀ ସମାରୋହରୁ ଆରମ୍ଭ ହେବ । ବଲିଉଡ ତାରକାମାନେ ସମାରୋହରେ ସନ୍ଧ୍ୟାକୁ ରଙ୍ଗୀନ କରିବାକୁ ପ୍ରସ୍ତୁତ ଅଛନ୍ତି ।
ବଲିଉଡ ତାରକା ଶ୍ରଦ୍ଧା କପୁର ଏବଂ ବରୁଣ ଧାୱନ ଏହି ଇଭେଣ୍ଟରେ ନିଜର ଦମ୍ଦାର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ।ବରୁଣ ଏବଂ ଶ୍ରଦ୍ଧା ABCD 2 ରେ ଏକାଠି କାମ କରିଛନ୍ତି ଏବଂ ବର୍ତ୍ତମାନ ଏହି ସୁପରହିଟ୍ ଯୋଡି ଆଇପିଏଲର ଉଦଘାଟନୀ ସମାରୋହରେ ଧମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ସହିତ ଅରିଜିତ ସିଂ ମଧ୍ୟ ତାଙ୍କ ସ୍ୱରରେ ଇଡେନ୍ ଗାର୍ଡେନର ସନ୍ଧ୍ୟାକୁ ରଙ୍ଗୀନ କରିବେ।
ପ୍ରଥମ ମ୍ୟାଚ୍ କେକେଆର୍ ଓ ଆରସିବି
IPL ୨୦୨୫ର ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହ ସହିତ ଉତ୍ସାହ ଆହୁରି ବୃଦ୍ଧି ପାଇବ । ମାର୍ଚ୍ଚ ୨୨ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କ୍ରିକେଟ୍ ମହୋତ୍ସବ ଆରମ୍ଭ ହେବ। ଆଇପିଏଲ୍ ୨୦୨୫ ଟୁର୍ନାମେଣ୍ଟ ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଦଳ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଆଇପିଏଲର ଉଦଘାଟନୀ ସମାରୋହ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ମାର୍ଚ୍ଚ ୨୨ ରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ସମସ୍ତଙ୍କ ନଜର ରହିଛି।
IPL ୨୦୨୫ ଉଦଘାଟନୀ ସମାରୋହ ସମୟ ଏବଂ ସ୍ଥାନ
ସ୍ଥାନ- ଇଡେନ୍ ଗାର୍ଡେନ୍, କୋଲକାତା
ତାରିଖ- ୨୨ ମାର୍ଚ୍ଚ
ଉଦଘାଟନୀ ସମାରୋହ ସମୟ- ସନ୍ଧ୍ୟା ୬ଟା
ପ୍ରଥମ ମ୍ୟାଚ୍- ସନ୍ଧ୍ୟା ୭.୩୦
IPL ୨୦୨୫ରେ ୧୦ଟି ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ,, ଦିଲ୍ଲୀ କ୍ୟାପିଟାଲ, ଗୁଜୁରାଟ ଟାଇଟାନ୍ସ, ଲକ୍ଷ୍ନୌ ସୁପର ଜଏଣ୍ଟସ୍, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନ୍ତର୍ଭୁକ୍ତ।